ନୂଆଦିଲ୍ଲୀ- 14/11: ବହୁ ପ୍ରତିକ୍ଷିତ ରାଫେଲ ମାମଲା ଏବଂ ସାବରୀମାଳା ମାମଲର ରାୟ ଆଜି ପ୍ରକାଶ ପାଇବ। ଏହି ଦୁଇ ମାମଲା ସୁପ୍ରିମ କୋର୍ଟରେ ଦୀର୍ଘଦିନ ଧରି ଶୁଣାଣି ଚାଲିବା ପରେ ଏହି ରାୟ ଆଜି ଆସିବ। ସାବରୀମାଳା ମାମଲାରେ ପାଞ୍ଚ ଜଣିଆ ଖଣ୍ଡପିଠ ଏହି ରାୟ ଶୁଣାଇବେ। ସେମାନେ ହେଲେ ମୁଖ୍ୟ ବିଚାରପତି ରଂଜନ ଗୋଗେଇ, ଜଷ୍ଟିସ ଆର ଏଫ ନରିମାନ, ଜଷ୍ଟିସ ଏଏମ ଖାନୱାଲକର, ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ ଇନ୍ଦୁ ମାଲହୋତ୍ରା । ଆଜି ଦିନ 10.30 ରେ ପ୍ରଥମେ ସାବରୀମାଳା ରାୟ ପ୍ରକାଶ ପାଇବ ବୋଲି ଜଣାପଡିଛି। ସେହିପରି ରାଫେଲ ମାମଲାରେ ତିନି ଜଣିଆ ଖଣ୍ଡପିଠ ରାୟ ଶୁଣାଇବେ। ସେମାନେ ହେଲେ ମୁଖ୍ୟ ବିଚାରପତି ରଂଜନ ଗୋଗେଇଙ୍କ ସହ ଜଷ୍ଟିସ ସଂଜୟ କିଶାନ କୌଉଲ ଏବଂ ଜଷ୍ଟିସ କେ ଏମ ଜୋସେଫ ମଧ୍ୟ ଅଛନ୍ତି। ଅଯୋଧ୍ୟା ରାୟ ପରି ଏହି ଦୁଇ ରାୟ ମଧ୍ୟ ବେଶ ଗୁରୁତ୍ବ ବହନ କରୁଛି। ରାୟ ପୂର୍ବରୁ ଗତକାଲିଠାରୁ ସାବରୀମାଳାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।