ରାଜ୍ୟରେ ‘ବୁଲ୍ବୁଲ୍’ କ୍ଷୟକ୍ଷତିର ଅନୁଧ୍ୟାନ ଲାଗି ଆଜି ଓଡ଼ିଶା ଗସ୍ତରେ ଆସୁଛି ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଯୁଗ୍ମ ସଚିବ ସହେଲି ଘୋଷ ରାୟଙ୍କ ନେତୃତ୍ୱରେ ଏକ 8 ଜଣିଆ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଆଜି ଓ ଆସନ୍ତା କାଲି ଦୁଇଦିନ ଧରି କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବ । ଶୁକ୍ରବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରି ଦିଲ୍ଲୀ ଫେରିଯିବ ଏହି ଟିମ୍ । କେନ୍ଦ୍ରୀୟ ଦଳ ଆଜି ଭଦ୍ରକ ଓ ଶୁକ୍ରବାର କେନ୍ଦ୍ରାପଡ଼ା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ସାମୁଦ୍ରିକ ଝଡ଼ ‘ବୁଲ୍ବୁଲ୍’ ଯୋଗୁଁ ରାଜ୍ୟରେ 6ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।