ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ ଏକ ବିବାଦୀୟ ବୟାନ ଦେଇଛନ୍ତି । ଭାରତୀୟ ସେନାର ମୁକାବିଲା କରିବା ପାଇଁ ପାକିସ୍ତାନ ମୁଜାହିଦ୍ଦିନି ଆତଙ୍କୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିଲା ବୋଲି ମୁଶାରଫ କହିଛନ୍ତି । ବୁଧବାର ମୁଶାରଫ ଟ୍ବିଟ୍ଟରରେ ଏହା ଘୋଷଣା କରିଛନ୍ତି । କାଶ୍ମୀର ନାଗରିକଙ୍କୁ ପାକିସ୍ତାନରେ ହିରୋର ମାନ୍ୟତା ପ୍ରଦାନ କରାଯିବା ସହିତ ମୁଜାହିଦ୍ଦିନି ଆତଙ୍କୀଙ୍କ ସହିତ ପ୍ରଶିକ୍ଷଣ ଦିଆଯାଉଥିଲା ବୋଲି ମୁଶାରଫ ଟ୍ବିଟ୍ କରିଛନ୍ତି । ଏହା ସହିତ ଲସ୍କର ଏ ତୋଏବା ଆତଙ୍କୀଙ୍କୁ ମଧ୍ୟ ପାକିସ୍ତାନରେ ହିରୋର ମାନ୍ୟତା ଦିଆ ଯାଇଥିଲା ବୋଲି ନିଜ ସାକ୍ଷାତକାରରେ କହିଛନ୍ତି ମୁଶାରଫ । ଉଲ୍ଲେଖଯୋଗ୍ୟ ଯେ, 1979ରୁ ପାକିସ୍ତାନରେ ମୁଜାହିଦ୍ଦିନି ଆତଙ୍କୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି ।