ନୂଆଦିଲ୍ଲୀ-14/11 ( ଏଜେନ୍ସି)
ବହୁ ଚର୍ଚ୍ଚିତ ସବରୀମାଳା ମାମଲାକୁ ସୁପ୍ରିମ୍କୋର୍ଟ ବୃହତ୍ତର ଖଣ୍ଡପୀଠକୁ ହସ୍ତାନ୍ତର କରିଛନ୍ତି । 3-2 ଭୋଟ୍ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍କୋର୍ଟ। ପୂର୍ବରୁ ସବରୀମାଳା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ଯାଚିକା ଦାଖଲ ହୋଇଥିଲା। ଏହା ସହିତ କୋର୍ଟ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ ବଦଳାଇବା ସହିତ ୭ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ ବୋଲି ରାୟ ଶୁଣାଇଛନ୍ତି। ଧାର୍ମିକ ଗୋଷ୍ଠୀର ବିଶ୍ୱାସ ଏବଂ ପୂଜା ସହ ଜଡ଼ିତ ବିଭିନ୍ନ ପ୍ରଶ୍ନ ଉଠୁଥିବାରୁ ଏହା 7 ଜଣିଆ ଖଣ୍ଡପୀଠକୁ ଯିବ ବୋଲି କୋର୍ଟ କହିଛନ୍ତି। ଉକ୍ତ ଖଣ୍ଡପୀଠରେ ମସଜିଦ୍ରେ ମହିଳାଙ୍କ ପ୍ରବେଶ ମାମଲାର ମଧ୍ୟ ଶୁଣାଣୀ ହେବ ବୋଲି ଜଣାପଡିଛି। ଏହି ରାୟ ସହିତ ସର୍ବୋଚ୍ଚ କୋର୍ଟ ନିଜର ପୂର୍ବ ରାୟକୁ ସ୍ଥଗିତ ରଖିଛନ୍ତି। ଫଳରେ ପୂର୍ବଭଳି 10ରୁ 50 ବର୍ଷ ବୟସ୍କ ମହିଳା ମନ୍ଦିରରେ ପ୍ରବେଶ କରିପାରିବେ।