ଭାରତ-ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଇନ୍ଦୋରର ହୋଲ୍କାର ଷ୍ଟାଡିୟମ୍ରେ ଆୟୋଜିତ ହୋଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବାଂଲାଦେଶ ଲଞ୍ଚ ବିରତି ସୁଦ୍ଧା 3 ଓ୍ବିକେଟ ହରାଇ 63 ରନ୍ ସଂଗ୍ରହ କରିଛି । ଭାରତ ପକ୍ଷରୁ ଏହି ତିନି ପେସର୍ ଇଶାନ୍ତ, ଉମେଶ ଏବଂ ସାମି ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ଲଞ୍ଚ ବିରତି ବେଳକୁ ବାଂଲା ଅଧିନାୟକ ମୋମିନୁଲ୍ ହକ୍(22) ଏବଂ ମୁଶଫିକର୍ ରହିମ୍(14) ବ୍ୟାଟିଂ କରୁଛନ୍ତି । ସପ୍ତମ ଓଭର ଶେଷ ସୁଦ୍ଧା ଦୁଇ ଓପ୍ନର ସଦ୍ମାନ ଇସ୍ଲାମ(6) ଏବଂ ଇମ୍ରୁଲ୍ କାଏସ୍(6)ଙ୍କ ଓ୍ବିକେଟ୍ ହରାଇଥିଲା । ତୃତୀୟ ଓ୍ବିକେଟ୍ରେ 19 ରନ୍ ଯୋଡିବା ପରେ ମହମ୍ମଦ ମିଥୁନ୍(13) ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ ।