ଅକ୍ଷୟ କୁମାରଙ୍କ ଅପ୍କମିଙ୍ଗ ଫିଲ୍ମ ’ଗୁଡ୍ ନ୍ୟୁଜ୍’ର ଫାଷ୍ଟ ପୋଷ୍ଟର ରିଲିଜ୍ ହୋଇଛି । ଅକ୍ଷୟ କୁମାର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏହି ପୋଷ୍ଟରକୁ ସେୟାର କରିଛନ୍ତି । ଏହି ପୋଷ୍ଟରରେ ଅକ୍ଷୟ କୁମାର ଦୁଇ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଫସି ରହିଥିବାର ଦେଖାଯାଇଛି । ଫିଲ୍ମଟି ଚଳିତ କ୍ରିଶ୍ମାସ୍ ଅବସରରେ ପରଦା ଉପରକୁ ଆସିବ । ସେହିପରି ଆଉ ଗୋଟେ ପୋଷ୍ଟରେ କରୀନା ଓ କିଆରାଙ୍କୁ ବେବି ବମ୍ପ୍ ଫ୍ଲାଣ୍ଟ୍ କରୁଥିବାର ନଜର ଆସିଥିବାବେଳେ ଏହା ମଝିରେ ଅକ୍ଷୟ କୁମାର ଓ ଦିଲିଜିତ୍ ଦୋସାଞ୍ଜ ରହିଛନ୍ତି । ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କରୀନା କପୁର୍ ନଜର ଆସିବାକୁ ଥିବାବେଳେ ଦିଲ୍ଜିତ୍ ଓ କିଆରାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ । ଧର୍ମା ପ୍ରଡକ୍ସନ୍ ଦ୍ବାରା ପ୍ରସ୍ତୁତ ଏହି ଫିଲ୍ମଟି ସରୋଗେସି ଉପରେ ଆଧାରିତ ।