ନୂଆଦିଲ୍ଲୀ: 14/11 ( ଏଜେନ୍ସି)
ରାଫେଲ୍ ଯୁଦ୍ଧ ବିମାନ ମାମଲାରେ କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି ମିଳିଛି। ଉଚ୍ଚତମ ନ୍ୟାୟାଳୟ ୧୪ଟି ରାଫେଲ୍ ଯୁଦ୍ଧ ବିମାନର ଯାଞ୍ଚ ମାମଲାରେ ଦାଖଲ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି। ଏହି ମାମଲାର ବିଚାର ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିଛନ୍ତି। ଏଥିରେ ବିଚାରପତି ସଞ୍ଜୟ କିଶନ୍ କୌଲ୍ ଏବଂ ବିଚାରପତି କେ.ଏମ୍. ଯୋଶେଫ୍ ସାମିଲ୍ ରହିଛନ୍ତି। ରାଫେଲ୍କୁ ନେଇ ହୋଇଥିବା ନିଷ୍ପତ୍ତି ବିରୋଧରେ ୨୦୧୮ ମସିହା ଡିସେମ୍ବର ୧୪ରେ ଦାଖଲ ଅନିୟମତତା ହୋଇଥିବା ଅଭିଯୋଗରେ କରାଯାଇଥିବା ରିଭ୍ୟୁ ପିଟିସନ୍କୁ ଖାରଜ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ଦସ୍ତାବିଜ୍ରେ ପର୍ଯ୍ୟାପ୍ତ ପ୍ରମାଣ ଥିବା କାରଣରୁ ଏହି ରାଫେଲ୍ ଡିଲ୍ ଉପରେ ପୁନର୍ବାର ଯାଞ୍ଚ କିମ୍ବା ଏଫଇଆଇଆରର ଆବଶ୍ୟକତା ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। ୨୦୧୮ ମସିହା ଡିସେମ୍ବର ୧୪ ତାରିଖରେ ସୁପ୍ରିମକୋର୍ଟ ରାଫେଲ ଡିଲକୁ ନେଇ ନିଜ ନିଷ୍ପତିରେ କ୍ଲିନ ଚିଟ ପ୍ରଦାନ କରିଥିଲେ।