ସମୀକ୍ଷା ବ୍ୟୁରୋ
ଝାରଖଣ୍ଡ ବିଧାନସଭା ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କର ତାଲିକା ପ୍ରକାଶ କରିଛି । ହେଲେ ଏହି ତାଲିକାରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାଁ ନାହିଁ । ଏହି ତାଲିକାରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁ ଥିବା ବେଳେ ପ୍ରିୟଙ୍କାଙ୍କ ନାଁ କିପରି ନ ରହିଲା ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାଯୋଗ୍ୟ, ଝାଡଖଣ୍ଡ ବିଧାନସଭାର ୩୧ ଆସନରେ କଂଗ୍ରେସ ହେମନ୍ତ ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ସହ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଠାରେ ୫ଟି ପର୍ଯ୍ୟାୟରେ ଅର୍ଥାତ୍ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ମତଦାନ କରାଯିବ। ଡିସେମ୍ବର ୨୨ରେ ଫଳାଫଳ ଘୋଷଣା କରାଯିବ। ତେବେ ପ୍ରକାଶିତ ହୋଇଥିବା ପ୍ରଚାରକ ତାଲିକାର ପ୍ରଥମ ସୂଚୀ ହୋଇଥିବାବେଳେ, ଅନ୍ୟ ସୂଚୀରେ ପ୍ରିୟଙ୍କାଙ୍କ ନାମ ରହିଥିବ ବୋଲି ଆଶା କରାଯାଉଛି ।