ଭଦ୍ରକ ରେଳ ଷ୍ଟେସନରେ ଅସୁରକ୍ଷିତ ପ୍ରସବ କାରଣରୁ 3 ନବଜାତ ଶିଶୁଙ୍କ ପ୍ରାଣହାନି ଘଟିଛି । ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ୍ରେ ଯାଉଥିବା ମହିଳା ଜଣଙ୍କ ଭଦ୍ରକ ରେଳ ଷ୍ଟେସନ୍ରେ ପ୍ରସବ କରିଥିଲେ । ଆସାମର ଏହି ମହିଳାଙ୍କୁ ରେଳବାଇ ପୁଲିସ୍ ପକ୍ଷରୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅସୁରକ୍ଷିତ ପ୍ରସବ କାରଣରୁ ତିନି ଶିଶୁଙ୍କ ପ୍ରାଣ ହାନି ଘଟିଥିବା ବେଳେ ମହିଳା ଜଣଙ୍କ ସୁସ୍ଥ ରହିଥିବା ଜଣାପଡିଛି ।