ଏଣିକି ଟ୍ରେନ୍ରେ ଖାଇବା ହୋଇଯିବା ମହଙ୍ଗା । ରେଲ୍ଓ୍ବେ ବୋର୍ଡରେ ପର୍ଯ୍ୟଟନ ଏବଂ ଖାଦ୍ୟ ପେୟ ବିଭାଗର ନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ହୋଇଥିବା ସର୍କୁଲାରୁ ଏହା ଜଣାପଡିଛି । ରାଜଧାନୀ, ଶତାବ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍ରେ ଚା’, ଜଳଖିଆ ଓ ଖାଦ୍ୟପେୟ ମହଙ୍ଗା ହୋଇପଡ଼ିବ । ଏହି ସମସ୍ତ ଟ୍ରେନ୍ରେ ଟିକେଟ୍ କରିବା ସମୟରେ ଚା’ ଜଳଖିଆ ଏବଂ ଖାଦ୍ୟ ପାଇଁ ଟଙ୍କା ଦେବାକୁ ପଡ଼ିବ । ସେହିପରି ଅନ୍ୟ ଟ୍ରେନ୍ରେ ମଧ୍ୟ ଖାଦ୍ୟପେୟ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି । ରାଜଧାନୀ, ଦୂରନ୍ତ ଏବଂ ଶତାବ୍ଦୀ ଟ୍ରେନରେ ଖାଦ୍ୟପେୟ ଉପରେ ଲାଗୁ ହୋଇଥିବା ନୂତନ ଦର ଅନୁସାରେ, ଯାତ୍ରୀମାନଙ୍କୁ ଏବେ ଚା’ର ଦାମ୍ ୧୦ ଟଙ୍କା ସ୍ଥାନରେ ୨୦ ଟଙ୍କା, ସ୍ଲିପର କ୍ଲାସର ଯାତ୍ରୀଙ୍କ ପାଇଁ ୧୫ ଟଙ୍କା ରହିବ। ସେହିପରି ଦୂରନ୍ତ ସ୍ଲିପର କ୍ଲାସରେ ନାସ୍ତା ଖାଦ୍ୟପେୟ ୮୦ ଟଙ୍କାରେ ମିଳୁଥିଲା। ତାହା ଏବେ ପରିବର୍ତ୍ତନ କରାଯାଇ ୧୨୦ ଟଙ୍କା କରାଯାଇଛି। ସେହି ସମୟରେ ସନ୍ଧ୍ୟା ଚାର ଦାମ୍ ୨୦ ଟଙ୍କାର ବୃଦ୍ଧି କରାଯାଇ ୫୦ ଟଙ୍କା କରାଯାଇଛି।