ସମୀକ୍ଷା ବ୍ୟୁରୋ
ଅଲାଇଡିହ ଛକଠାରେ ଘଟିଥିବା ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବୀର ରାଉତଙ୍କର ମୃତ୍ୟୁ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଅଲାଇଡିହ ଛକରେ ଏହି ଦୁର୍ଘଟଣା ଘଟିଥିଲା। ସାଇକେଲ ଚଲାଇ ଯାଉଥିବା ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବରସ୍ଥ କ୍ୟାପିଟାଲ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ବୀର ରାଉତଙ୍କ ଘର ବନ୍ଧମୁଣ୍ଡାଇ ଗ୍ରାମରେ। କିଛି କାମ ପାଇଁ ବାଲୁଗାଁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ସ୍ବିପ୍ଟ ଡିଜାୟର୍ ତାଙ୍କୁ ଧକ୍କା ଦେଇଥିଲା।