ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ସମୟରେ ଏନ୍ସିପି, କଂଗ୍ରେସ ଓ ଶିବସେନା ରାଜ୍ୟରେ ସରକାର ଗଢିବାକୁ ନେଇ ପ୍ରସ୍ତୁତ ହୋଇସାରିଲେଣି। ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ରହିଥିବା ସସ୍ପେନ୍ସ ଉପରୁ ବହୁ୍ ଶୀଘ୍ର ପରଦା ଉଠିବାକୁ ଯାଉଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)ର ପ୍ରମୁଖ ଶରଦ ପାଓ୍ବାର କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ହେବା ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଯିଏ ବି ସରକାର ଗଢିବ, ତାହା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିବ ଇତିମଧ୍ୟରେ ଶିବସେନା, ଏନ୍ସିପି ଓ କଂଗ୍ରେସର ନେତାମାନେ ଗତକାଲି ଅର୍ଥାତ୍ ଶନିବାର ଦିନ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ସହ ସାକ୍ଷାତ କରି ସମୟ ମାଗିଛନ୍ତି । ଏହି ତିନି ରାଜନୈତିକ ଦଳ ଏହି ସମୟରେ ଚାଷୀଙ୍କ ସମସ୍ୟାକୁ ନେଇ ଆଲୋଚନା କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଢିବାକୁ ନେଇ ତିନି ଦଳଙ୍କ ମଧ୍ୟରେ ଫର୍ମୁଲା ପ୍ରସ୍ତୁତ ହୋଇଯାଇଛି । ମିଳିଥିବା ସୂତ୍ରରୁ ଶିବସେନା ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦରେ ଉଭୟ କଂଗ୍ରେସ ଓ ଏନ୍ସିପି ରହିବେ । ଏହି ତିନି ଦଳ ଆସନ୍ତା କାଲି ରାଜ୍ୟପାଳଙ୍କ ଭେଟି ସରକାର ଗଠନକୁ ନେଇ ଚର୍ଚ୍ଚା କରିପାରନ୍ତି ବୋଲି ସୂଚନା ରହିଛି ।