ଅପକମିଙ୍ଗ ବଲିଉଡ୍ ଫିଲ୍ମ ‘ତାନାଜୀ’ର ଟିଜିର୍ ରିଲିଜ୍ ହୋଇଯାଇଛି । ଟିଜର୍ଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଛି । ଏହି ଫିଲ୍ମରେ ଅଜୟ ଦେବଗନ ଓ କାଜୋଲ୍ଙ୍କ ବହୁ ବର୍ଷ ପରେ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମରେ ସୈଫ୍ଅଲ୍ଲୀ ଖାନ୍, ପଙ୍କଜ ତ୍ରିପାଠୀଙ୍କ ପରି ବହୁ ଅଭିଜ୍ଞ କଳାକାରମାନେ ରହିଛନ୍ତି । ଏହି ଟିଜର୍ରେ ଅଜୟ ଦେବଗନ୍ ଏକ ଧ୍ବଜା ଧରିଥିବାର ନଜର ଆସିଥିବାବେଳେ ଏଥିରେ ‘ସ୍ବରାଜ ସେ ବଡ୍ କର କ୍ୟା’ର ଦମଦାର ଡାଇଲଗ୍ ଶୁଣିବାକୁ ମିଳିଛି । ଐତିହାସିକ ଫିଲ୍ମ ‘ତାନାଜୀ’ ଜାନୁଆରୀ ୧୦ରେ ପରଦାକୁ ଆସିବ । ଏହି ଫିଲ୍ମଟି ଅଜୟ ଦେବଗନ୍ଙ୍କ ୧୦୦ତମ ଫିଲ୍ମ ହୋଇଥିବାରୁ ତାଙ୍କ ଫ୍ୟାନ୍ମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମର ଟ୍ରେଲର୍ ୧୯ ତାରିଖରେ ରିଲିଜ୍ ହେବ ।