ସମୀକ୍ଷା ବ୍ୟୁରୋ
ବାଣପୁର, ୧୫ ନଭେମ୍ବର: ଖୋର୍ଧା ଜିଲ୍ଲା, ବାଣପୁରସ୍ଥିତ “ସତ ସଙ୍ଗ ବିହାର ଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଠାକୁର ଅନୁକୂଳଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଆଚାର୍ଯ୍ୟ ଦେବଙ୍କ ମଧ୍ୟମ ପୁତ୍ର ଶ୍ରୀ ଅନିନ୍ଦ୍ୟଦୃତି ଚକ୍ରବର୍ତ୍ତି ବା ବିଙ୍କିଦାଙ୍କ ଉପସ୍ଥିତରେ ଏହି ବିଗ୍ରହ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ ବିଙ୍କି ଦା ଶ୍ରଦ୍ଧାଳୁଙ୍କୁ ଆଶିର୍ବାଦ ଦେବା ସହିତ ଉଦବୋଧନ ମଧ୍ୟ ପ୍ରଦାନ କରିଥିଲେ।
ସେ କହିଥିଲେ ଯେ, ଶ୍ରୀ ଠାକୁରଙ୍କ ଇଚ୍ଛା ଓ ତାଙ୍କର ଆଶିର୍ବାଦରେ ବାଣପୁରରେ ପହଚିଂବା ସମ୍ଭବ ହୋଇପାରିଛି। ବାଣପୁରବାସୀଙ୍କ ଭକ୍ତି ଯୋଗୁଁ ଏଠାରେ ଏକ ଆକର୍ଷଣୀୟ ଏବଂ ଅଦଭୁତ ମନ୍ଦିର ନିର୍ମାଣ ହୋଇପାରିଛି। ଏଥିସହିତ ଭକ୍ତିଭାବ ଯୋଗୁଁ ଠାକୁର ଏଠାରେ ଅଧିଷ୍ଠିତ ହୋଇପାରିଛନ୍ତି। ଯେଉଁମାନେ ନିଜ ଜୀବନରେ ଶ୍ରୀ ଠାକୁରଙ୍କୁ ଗ୍ରହଣ କରି ତାଙ୍କୁ ନିଜର କରିଛନ୍ତି ସେ ନିଶ୍ଚିତ ହୃଦବୋଧ କରି ପାରୁଥିବେ ଆଜିର ଦିନର ଗୁରୁତ୍ବ କେତେ। ନିଜ ଆତ୍ମାର ମନ୍ଦିରକୁ ଅତି ସୁନ୍ଦର ଓ ଚିର ଅଧିରୁଢ କରିବା ଜୀବନର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ବିଙ୍କିଦା କହିଥିଲେ।