ଚାକିରି ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗେଷ୍ଟହାଉସ୍ରେ ଦୁଷ୍କର୍ମ ହୋଇଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗୋବିନ୍ଦପୁରର ବାବୁଲି ସାହୁ (27) ସମଷ୍ଟି ଗେଷ୍ଟହାଉସ୍ର କର୍ମଚାରୀ । ପୁରୀ ବ୍ରହ୍ମଗିରି ଅଞ୍ଚଳର ପିଙ୍କି(ଛଦ୍ମନାମ)ଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ତାଙ୍କୁ ଭୁବନେଶ୍ୱର ଡକାଇ ବରମୁଣ୍ଡାରେ ଥିବା ସମଷ୍ଟି ଗେଷ୍ଟହାଉସ୍ରେ ତାଙ୍କୁ ରଖି ଦୁଷ୍କର୍ମ କରିଥିଲେ । ଲୋକଲଜ୍ଜା ଭୟରେ ପିଙ୍କି କାହାକୁ କିଛି ନ କହି ଗାଁକୁ ପଳାଇଥିଲେ । ପରେ ପିଙ୍କିଙ୍କ ଅଭିଯୋଗ କାରଣରୁ ପୋଲିସ ଚଢାଉ କରି 2 ଜଣ ବଙ୍ଗୀୟ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଥିଲା । ଚଢ଼ଉ ସମୟରେ ବାବୁଲି ଖସି ପଳାଇଥିଲା । ପରେ ବାବୁଲିଙ୍କୁ ସାଲିଆସାହି ବସ୍ତିରୁ ଗିରଫ କରିଥିଲା ପୁଲିସ ।