ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡିଲେ ଛାତ୍ରୀ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ପ୍ରଧାନଶିକ୍ଷକଙ୍କ ଅସଦଆଚରଣରେ ଭୟଭୀତ ହୋଇ ପ୍ରାୟ 15 ଜଣ ଛାତ୍ରୀ ରାତି ଅଧରେ ନିକଟସ୍ଥ ଗାଁ ପାଖକୁ ପଳାଇ ଆସିଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ, କେନ୍ଦୁଝର ଯୋଡା ବ୍ଲକ ଅଞ୍ଚଳରେ ଥିବା ଏକ ଆବାସିକ ଛାତ୍ରୀ ନିବାସର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦଆଚରଣ ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ପ୍ରଧାନଶିକ୍ଷକ ଜଣକ ଛାତ୍ରୀ ନିବାସରେ ରୀତିମତ ଭାବରେ ଛାତ୍ରୀମାନଙ୍କୁ ଅସଦଆଚରଣ କରୁଥିଲେ । 40 ଜଣ ଛାତ୍ରୀଙ୍କ ମଧ୍ୟରୁ 15 ଜଣ ଛାତ୍ରୀ ଗତକାଲି ନିକଟସ୍ଥ ଗାଁ ପାଖକୁ ପଳାଇଥିଲେ ।