ଓଡିଶା ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ। ଏହି ଅବସରରେ ସେ ଓଡିଶାର ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା କରିବେ। ଭୁବନେଶ୍ଵରରେ ଏକ ଘରୋଇ ହୋଟେଲରେ ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହି ବୈଠକରେ କୋଷ୍ଟାଲ ହାଇୱେକୁ ଅଧିକ ଫୋକୋସ୍ ଦିଆଯିବ ବୋଲି ଅନୁମାନ କରାଯାଉଛି। ଏକ ସ୍ଵତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ଵର ଆସୁଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପ୍ରକଳ୍ପ ଉପରେ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହାପରେ ଗଡକରୀ ଭୁବନେଶ୍ଵରରେ ଆୟୋଜିତ ଏକ ଘରୋଇ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନରେ ନାଗପୁର ଫେରିବାର କାର୍ଯ୍ୟକ୍ରମ ରହିଛି।