ଇରାକରେ ଏକ ବିସ୍ଫୋରଣ ଘଟି 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 30 ଜଣ ଆହତ ହୋଇଛନ୍ତି । ଇରାକରେ ସରକାରୀ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନ ଚାଲିଥିବା ସ୍ଥାନରୁ କିଛି ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ କାର ବୋମାର ବ୍ୟବହାର କରାଯାଇଥିଲା । ଟାୟାରାନ୍ ସ୍କ୍ବେୟାର ଏକ କାର ବୋମା ଜରିଆରେ ଏହି ବିସ୍ଫୋରଣ କରାଯାଇଥିଲା । ଆନ୍ଦୋଳନକାରୀଙ୍କ ଠାରୁ ମାତ୍ର 300 ମିଟର ଦୂରରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଆକ୍ରମଣ ନିମନ୍ତେ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ଆହତ ମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।