ଆସନ୍ତା କାଲି ଅବସର ଗ୍ରହଣ କରିବାକୁ ଯାଉଥିବା ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଅବସର ପରେ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଅବସର ପରେ ଗୋଗୋଇ ଆସାମରେ ଅବସ୍ଥାନ କରିବାକୁ ଯାଉଥିବାରୁ ତାଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ବ୍ୟବସ୍ଥା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦିବ୍ରୁଗଡର ବାସିନ୍ଦା ଗୋଗୋଇଙ୍କୁ ଅବସର ପରେ ଗୌହାଟୀରେ ଅବସ୍ଥାପିତ କରାଇବାକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାମ ଜନ୍ମଭୂମି ଏବଂ ବାବ୍ରୀ ମସ୍ଜିଦ୍ ମାମଲାରେ ଐତିହାସିକ ରାୟ ପ୍ରଦାନ କରିବା ପରେ ଗୋଗୋଇଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଥିବା ଜଣାପଡିଛି ।