ଗୋଆରେ ଭାରତୀୟ ନୌସେନାର ଏମଆଇଜି-୨୯କେ ଫାଇଟର ବିମାନ ଟ୍ରେନିଂ ସମୟରେ କ୍ରାଶ ହୋଇଯାଇଛି ।ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିବା ସମୟରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା।ସୌଭାଗ୍ୟବଶତଃ ୨ଜଣ ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ଗୋଟିଏ ଚଢେଇ ସହ ଧକ୍କା ଖାଇବା ପରେ ଏଥିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏମଆଇଜି ୨୯କେ ଫାଇଟର ପ୍ଲେନରେ ୨ଜଣ ପାଇଲଟ କ୍ୟାପଟେନ୍ ଏମ ଶୋକଖଣ୍ଡ ଓ ଲେଫ୍ଟନେଂଟ୍ କମାଣ୍ଡର ଦୀପକ ଯାଦବ ଟ୍ରେନିଂ ନେଉଥିଲେ । ଅଘଟଣ ପରେ ବିମାନଟି ନିଆଁ ପିଣ୍ଡୁଳା ପାଲଟି ଯାଇଥିଲା। ପରେ ଏହା ଏକ ଖୋଲାସ୍ଥାନରେ ଖସି ପଡିଥିଲା। ଉକ୍ତ ଯୁଦ୍ଧ ବିମାନଟି କେବଳ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି।