ଦିଲ୍ଲୀ କ୍ରିକେଟ୍ ସଂଘ (ଡିଡିସିଏ) ସଭାପତି ପଦରୁ ରଜତ ଶର୍ମା ଇସ୍ତଫା ପ୍ରଦାନ କରିଛନ୍ତି । ଶନିବାର ଦିନ ବରିଷ୍ଠ ପତ୍ରକାର ତଥା ଦିଲ୍ଲୀ କ୍ରିକେଟ ସଂଘର ସଭାପତି ରଜତ ଶର୍ମା ନିଜ ପଦବରୁ ଇସ୍ତଫା ପ୍ରଦାନ କରିଛନ୍ତି । ସଙ୍ଗଠନରେ ବାରମ୍ବାର ବାହ୍ୟ ଚାପ ପଡୁଥିବାରୁ ନିଜର ଦାୟିତ୍ବ ନିଭାଇବାରେ ଅସଫଳ ହେଉଥିବାରୁ ଶର୍ମା ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, 20 ମାସ ପୂର୍ବରୁ ଅରୁଣ ଜେଟ୍ଲୀଙ୍କ ପରେ ଡିଡିସିଏର ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ । ଶର୍ମାଙ୍କ ସଭାପତିତ୍ବରେ ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମକୁ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ନାମିତ କରିଥିଲେ ।