୯୦ଦଶକର ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରି ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୯୬୩ରେ ନଭେମ୍ବର ୧୬ ତାରିଖରେ ଝାରଣ୍ଡର ସିନ୍ଦରୀଠାରେ ଜନ୍ମ ହୋଇଥିଲେ । ମାତ୍ର ୧୭ ବର୍ଷ ବୟସରେ ସେ ମିସ୍ ଇଣ୍ଡିଆ ହେବାର ଗୌରବ ଅର୍ଜନ କରିଥିଲେ । ତାଙ୍କର ପ୍ରକୃତ ନାମ ଶଶିକଳା ଥିଲା। କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେ ତାଙ୍କ ନାମ ମିନାକ୍ଷୀକୁ ପରିବର୍ତ୍ତନ କରିଥିଲେ। ୧୯୮୩ ମସିହାରେ ‘ପେଣ୍ଟରବାବୁ’ ଜରିଆରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । କିନ୍ତୁ ସେହି ବର୍ଷ ଆସିଥିବା ‘ହିରୋ’ ଫିଲ୍ମରେ ସେ ରାତାରାତି ଲୋକପ୍ରିୟ ହୋଇଗଲେ । ସେତେବେଳେ ‘ହିରୋ’ ପ୍ରାୟ ୧୩ କୋଟି ବ୍ୟବସାୟ କରିଥିଲା ବୋଲି କୁହାଯାଏ। ଏହାପରେ ସେ ହୋଶିୟାର, ବେଓ୍ବଫାଇ, ମେରୀ ଜଙ୍ଗ୍, ସ୍ବାତୀ, ଡକାୟତି, ଇନାମ୍ ଦଶ୍ ହଜାର, ସେହନ୍ସା, ମହାଦେବ, ଜୁର୍ମ, ଘାୟଲ୍, ଦେହଲୀଜ୍, ଆଓ୍ବାରିଗ୍, ଦାମିନୀ, ଆଦ୍ମୀ ଖିଲୋନା ହୈ, କ୍ଷତ୍ରିୟ, ବିଜୟ, ଇନ୍ତେକ୍ଷାମ୍ ପ୍ରମୁଖ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଫିଲ୍ମ ଅଭିନୟ ପାଇଁ ଫିଲ୍ମଫେୟାର୍ ଆଓ୍ବାର୍ଡ, ସ୍ମିତା ପାଟିଲ୍ ମେମୋରିଆଲ୍ ଆଓ୍ବାର୍ଡ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।