ଭାରତ ଏବଂ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତ ଏକ ଇନିଂସ ଏବଂ 130 ରନ୍ରେ ବିଜୟୀ ହୋଇଛି । ପ୍ରଥମ ଇନିଂସରେ ଭାରତ 493/6 ରେ ଇନିଂସ ଘୋଷଣା କରିଥିବା ବେଳେ ବାଂଲାଦେଶ 213 ରନ୍ରେ ସମସ୍ତ ଓ୍ବିକେଟ୍ ହରାଇ ଏକ ଇନିଂସ ଏବଂ 130 ରନ୍ ବ୍ୟବଧାନରେ ପରାଜିତ ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିବା ବାଂଲାଦେଶ ପ୍ରଥମ ଇନିଂସରେ ମାତ୍ର 150 ରନ୍ରେ ଅଲ୍ଆଉଟ ହୋଇଥିଲା । ଜବାବରେ ଭାରତ ପ୍ରଥମ ଇନିଂସରେ 493/6ରେ ଇନିଂସ ଘୋଷଣା କରିଥିଲା । ଭାରତ ପକ୍ଷରୁ ମୟଙ୍କ ଅଗ୍ରଓ୍ବାଲ(243) ରନ୍ ସଂଗ୍ରହ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ(86), ରବୀନ୍ଦ୍ର ଜାଡେଜା(67) ଏବଂ ଚେତେଶ୍ବର ପୂଜାରା (54) ରନ୍ ସଂଗ୍ରହ କରିଥିଲେ । ଭାରତ 343 ରନ୍ରେ ଅଗ୍ରଣୀ ହାସଲ କରିଥିବା ବେଳେ ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର 213 ରନ୍ରେ ଅଲ୍ଆଉଟ୍ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୁସଫିକର ରହିମ୍ ସର୍ବାଧିକ 64 ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି 31 ରନ୍ରେ 4ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଦ୍ବିତୀୟ ସଫଳତମ ବୋଲର ଭାବରେ ରବିଚନ୍ଦ୍ରନ ଅଶ୍ବିନ୍ 42 ରନ୍ରେ 3ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ । ଉମେଶ ଯାଦବ 2ଟି ଏବଂ ଇଶାନ୍ତ ଶର୍ମା ଗୋଟିଏ ଓ୍ବିକେଟ୍ ଅକ୍ତିଆର କରିଥିଲେ । ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ବିଶତକ ପାଇଁ ତାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।