କେନ୍ଦ୍ର ସରକାର ଦେଶର ୨୧ଟି ସହରର ପାଣିର ଗୁଣବତ୍ତାକୁ ଯାଞ୍ଚ ପରେ ଏକ ସୂଚୀ ଜାରି କରିଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ରାମ ବିଳାସ ପାସୱାନ ଆଜି ପାଣିର ମାନ ଆଧାରରେ ଦେଶର ୨୧ଟି ସହରର ଲିଷ୍ଟ ଜାରି କରିଛନ୍ତି । ଏହି ସୂଚୀରେ ମୁମ୍ବାଇ ସହରର ପାଣି ସବୁଠାରୁ ବିଶୁଦ୍ଧ ବୋଲି ରହିଥିବାବେଳେ ଦିଲ୍ଲୀର ବାୟୁ ପରି ପାଣି ମଧ୍ୟ ବିଷାକ୍ତ ବୋଲି ରହିଛି । ତେବେ ବିଶୁଦ୍ଧ ପାଣି ଲିଷ୍ଟ୍ରେ ପ୍ରଥମ ପାଞ୍ଚଟି ସ୍ଥାନରେ ମୁମ୍ୱାଇ, ହାଇଦ୍ରାବାଦ, ଭୁବନେଶ୍ୱର, ରାଞ୍ଚି ଏବଂ ରାୟପୁର ରହିଛି । କେନ୍ଦ୍ର ସରକାର ବ୍ୟୁର ଅଫ ଇଣ୍ଡିଆନ ଷ୍ଟଣ୍ଡାର୍ଡସ (ବିଆଇଏସ)ରୁ ସାରା ଦେଶର ବିଭିନ୍ନ ସହରରେ ପାଣିର ନମୁନା ଏକାଠି କରି ତାହାର ଗୁଣବତ୍ତା ଯାଞ୍ଚ କରିଛନ୍ତି । ଏଥିରେ ୧୦ଟି ମାନଦଣ୍ଡକୁ ନେଇ ପାଣିର ଗୁଣବତ୍ତାକୁ ପରୀକ୍ଷା କରାଯାଇଛି ।