ସମୀକ୍ଷା ବ୍ୟୁରୋ
ଦୁର୍ଘଟଣାରୁ ଅଳ୍ପେକ ବର୍ତ୍ତିଲା ଭୁବନେଶ୍ବର-ଆନନ୍ଦବିହାର ଏକ୍ସପ୍ରେସ୍। ଭିଏସ୍ଏସ୍ ନଗର ଲେଭଲ୍କ୍ରସିଂ ଗେଟ୍ମ୍ୟାନ୍ଙ୍କ ପାଇଁ ଦୁର୍ଘଟଣାରୁ ବର୍ତ୍ତିଲା। ଟ୍ରେନ୍ଟି ଦ୍ରୁତ ଗତିରେ ଆସୁଥିବାବେଳେ ମଇଁଷି ପଲ ଲାଇନ୍କୁ ଚାଲିଆସିଥିଲେ। ମଇଁଷି ପଲ ଦେଖି ତୁରନ୍ତ ରେଡ୍ ସିଗ୍ନାଲ୍ ଦେଇଥିଲେ ଗେଟ୍ମ୍ୟାନ୍। ସିଗ୍ନାଲ୍ ଦେଖି ଟ୍ରେନ୍ ଲୋକୋ ପାଇଲଟ୍ ଟ୍ରେନ୍କୁ ଅଟକାଇଥିଲେ।