ଏବେ ରାଜଧାନୀ ଭୁବନେଶ୍ୱର ହେବ ଖୋଲା ଶୌଚମୁକ୍ତ ଅଞ୍ଚଳ । ବାହାରେ ଶୌଚକଲେ ଦେବାକୁ ପଡିବ ଫାଇନ। ଆଜି ଏନେଇ ବିଏମସି ପକ୍ଷରୁ ନୋଟିସ ଜାରି ହୋଇଛି । ରାଜଧାନୀକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଏବେ ବିଏମସି ସହରକୁ ଖୋଲା ଶୌଚମୁକ୍ତ ଅଂଚଳ କରିବା ନେଇ ନିଷ୍ପତି ନେଇଛି । ଏନେଇ ନୋଟିସ ମଧ୍ୟ ଜାରି କରିଛି । ଏପରିକି ବାହାରେ ଶୌଚ କଲେ ଫାଇନର ବ୍ୟବସ୍ଥା ମଧ୍ୟ ହୋଇଛି । ବାହାରେ ଶୌଚ କଲେ ଏବେ ୨୦୦ ଟଙ୍କା ଫାଇନ ଦେବାକୁ ପଡିବ । ସେହିପରି ପରିଶ୍ରା କଲେ ୧୫୦ ଟଙ୍କା ଫାଇନ ଗଣିବାକୁ ହେବ । ଜରିମାନା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।