ଅଯୋଧ୍ୟା ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମ୍କୋର୍ଟ ରାୟକୁ ନେଇ ରବିବାର ବୈଠକ ଡାକିଛି ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ। ଏହି ଅବସରରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍ ସମ୍ପର୍କିତ ରାୟ ବାବଦରେ ଆଲୋଚନା କରାଯିବ। ସେମାନେ ଅଯୋଧ୍ୟା ରାୟ ବିରୋଧରେ ରିଭ୍ୟୁ ପିଟିସନ୍ ଦାଖଲ କରିବେ କି ନା ଏହି ଅବସରରେ ନିଷ୍ପତ୍ତି ହେବ। ଲକ୍ଷ୍ନୌର ନାଦଭା କଲେଜଠାରେ ଆଜି ଏହି ବୈଠକ ହେବ ବୋଲି ଜିଲାନି କହିଛନ୍ତି। ଏଠାରେ ରିଭ୍ୟୁ ପିଟିସନ୍ ବାବଦରେ ନିଷ୍ପତ୍ତି ହେବ। ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ଦେଇଥିବା ୫ ଏକର ଜମି ଗ୍ରହଣ କରାଯିବ କି ନାହିଁ ଆମେ ନିଷ୍ପତ୍ତି ନେବୁ। ବୋର୍ଡ ଯଦି ନିଷ୍ପତ୍ତି ନେବ ତାହାଲେ ରିଭ୍ୟୁ ପିଟିସନ୍ ଦାଖଲ କରାଯିବ।”