ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀଙ୍କ ଅଭିନୀତ ଅପକମିଙ୍ଗ ଫିଲ୍ମ ‘ମଲଙ୍ଗ୍’ର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମର ନିର୍ଦ୍ଦେଶକ ମୋହିତ୍ ସୁରୀ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରି ଆଦିତ୍ୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ଫ୍ରେସ୍ ଯୋଡ଼ି ବେଶ୍ ଆକର୍ଷକ ଲାଗୁଛି । ମୋହିତ ଏହି ଫଟୋକୁ ସେୟା କରି ଲେଖିଛନ୍ତି ଯ, ଚାଲନ୍ତୁ କିଛି ସମୟ ମଜା କରିବା ପାଇଁ ଗୋଆ ଯିବା….. ପାଗଲ ଆଦି ତୁମକୁ ତୁମ ଜନ୍ମଦିନର ଶୁଭେଚ୍ଛା’ । ଏହି ଫାଷ୍ଟଲୁକ୍ରେ ବିଦେଶୀଙ୍କ ମଧ୍ୟରେ ଆଦିତ୍ୟ ରୟ କପୁର୍ ଓ ଦିଶା ପଟ୍ଟାନୀ ନଜର ଆସିଛନ୍ତି । ଆଦିତ୍ୟ ବିନା ସାର୍ଟରେ ସନଗ୍ଲାସ୍ ଲଗାଇ ବେଶ୍ କୁଲ୍ ନଜର ଆସିଥିବାବେଳେ ଦିଶା ବହୁତ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି । ଏହି ସିନ୍ଟି ହ୍ରିଥିକ୍ ଓ କ୍ୟାଟ୍ରିନାଙ୍କ ଅଭିନୀତ ‘ଜିନ୍ଦଗୀ ନା ମିଲେଗୀ ଦୋବାରା’ର ସିନ୍ ମନେ ପକାଇ ଦେଉଛି । ଏହି ଫିଲ୍ମରେ ଆଦିତ୍ୟ-ଦିଶାଙ୍କ ବ୍ୟତୀତ କୁନାଲ ଖେମୁ, ଅନିଲ୍ କପୁର୍, ଅମୃତା ଖାନ୍ବିଲକର୍ ପ୍ରମୁଖ ଅଭିନୟ କରିଛନ୍ତି । ଫିଲ୍ମଟି ଗୋଆ ଓ ମରିସସ୍ ଆଦି ସୁନ୍ଦର ଲୋକେସନ୍ରେ ଶୁଟିଂ ହୋଇଛି ।