ରାଉରକେଲା ସହରରେ ପାଗଳା କୁକୁରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଜଣେ ଶିଶୁଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି । ଗତକାଲିଠାରୁ ରାଉରକେଲା ଡେଲି ମାର୍କେଟରେ ଏକ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଛି । ଗତକାଲି ଏହାର ଆକ୍ରମଣରେ ୨୫ଜଣ ଆହତ ହୋଇଥିବା ବେଳେ ଆଜି ଆଉ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେକ ଶିଶୁ ମଧ୍ୟ ରହିଛନ୍ତି । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।