ସିଲିଣ୍ଡରୁ ଗ୍ୟାସ ଲିକ ହୋଇ ଗୁରୁତର ଅବସ୍ଥାରେ ଥିବା ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି। ବାପ ଓ ପୁଅ ଦିଲ୍ଲୀରେ କାମ କରୁଥିଲେ ଓ ଏକ ଭଡ଼ାଘରେ ରହୁଥିଲେ। ଗତ ୧୨ ତାରିଖରେ ଭଡ଼ା ଘରେ ଥିବା ବେଳେ ହଠାତ୍ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇ ଏଭଳି ଅଘଟଣ ଘଟିଥିଲା। ଗୁରୁତର ଅବସ୍ଥାରେ ବାପା ଦିଲ୍ଲୀର ଏକ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଦୁହେଁ ସୋର ସୋର ଅନ୍ତରା ପଞ୍ଚାୟତ କନ୍ଦାଡ଼ ଗ୍ରାମର।