ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଜାରି ରହିଛି ସସପେନ୍ସ। ଶିବସେନାର ମୁଖପତ୍ର ସଞ୍ଜୟ ରାଉତ ଆଜି ବାଲାସାହେବଙ୍କ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଶିବସେନା ହେବ ବୋଲି କହିଛନ୍ତି । ସଞ୍ଜୟ ରାଉତ ଓ ଅରବିନ୍ଦ ସାଓ୍ବନ୍ତ ମୁମ୍ବାଇର ଶିବାଜୀ ପାର୍କଠାରେ ଶିବସେନା ସଂସ୍ଥାପକ ବାଲା ସାହେବ ଠାକ୍ରେଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବାଲାଠାକ୍ରେଙ୍କ ସ୍ମୃତିଚାରଣ କରି ସଞ୍ଜୟ ରାଉତ କହିଛନ୍ତି – ବାଲା ସାହେବ ଦେଶକୁ ହିନ୍ଦୁତ୍ବର ସନ୍ଦେଶ ଦେଇଥିଲେ। ବାଲା ସାହେବ ଯେଉଁ କଥା ଦେଇଥିଲେ, ତାହା ଏବେ ପୂରା ହେବ । ମହାରାଷ୍ଟ୍ରରେ ଏବେ ଶିବସେନା ମୁଖ୍ୟମନ୍ତ୍ରୀ ହେବ। କେବଳ ୫ ବର୍ଷ ପାଇଁ ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଶିବସେନା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବ ବୋଲି ସଞ୍ଜୟ ରାଉତ କହିଛନ୍ତି। ବିଜେପି ସହିତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସହମତି ନ ହେବାରୁ ୩୦ ବର୍ଷର ସମ୍ପର୍କକୁ ତୁଟାଇଛି ଶିବସେନା । ଏବେ ଏନ୍ସିପି ଓ କଂଗ୍ରେସ ସହ ମିଶ ରାଜ୍ୟରେ ସରକାର ଗଢିବାକୁ ଉଦ୍ୟମ ଜାରି ରଖିଛି ଶିବସେନା ।