ସମୀକ୍ଷା ବ୍ୟୁରୋ
ବାଣପୁର ବଜାର ସାହି ମଧ୍ୟରେ ଆଜି ୧୭ ବର୍ଷ ବୟସର ଜଣେ ନାବାଳକ ସୁଶାନ୍ତ ସାମଲଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ଅସାମାଜିକ ବ୍ୟକ୍ତି କୌଣସି କାରଣରୁ ସମ୍ପୃକ୍ତ ନାବାଳାକକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣ ପରେ ନାବାଳକ ଜଣକ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳାକର ମା ସୁଷମା ସାମଲ୍ ଏହି ଘଟଣା ନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଆକ୍ରମଣକାରୀ ଯୁବକଙ୍କ ନାମରେ ବିଭିନ୍ନ ଅପରାଧିକ ମାମଲା ମାନ ରହିଥିବାବେଳେ ସେ ପୋଲିସ୍କୁ ଚକ୍ମା ଦେଇ ଘୂରି ବୁଲୁଛି। ତେବେ, ପୋଲିସ୍ ଏହି ଘଟଣାର ତଦନ୍ତ କରୁଛି।