ଶ୍ରୀଲଙ୍କାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ଗୋଟବାୟା ରାଜପକ୍ଷ ବିଜୟୀ ହୋଇଛନ୍ତି । ସେ ଶ୍ରୀଲଙ୍କାରେ କ୍ଷମତାସୀନ ଦଳର ପ୍ରାର୍ଥୀ ସଜୀତ ପ୍ରେମଦାସଙ୍କୁ ବଡ ବ୍ୟବଧାନରେ ପରାସ୍ତ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟବାୟା ରାଜପକ୍ଷଙ୍କୁ ବିଜୟରୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ଏବଂ ନାଗରିକଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କକୁ ପ୍ରଗାଡ କରିବା, ଶାନ୍ତି ଏବଂ ସମୃଦ୍ଧି ସହ ଆଞ୍ଚଳିକ ସୁରକ୍ଷା ପାଇଁ ଆପଣଙ୍କ ସହ ମିଶି କାମ କରିବାକୁ ଆଶା କରୁଛନ୍ତି ବୋଲି ଟୁଇଟ୍ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନାହିଁ ।