ଅଭିନେତା ତଥା ନିର୍ଦ୍ଦେଶକ ଫରହାନ୍ ଅଖତର୍ ନିଜର ଅପ୍କମିଙ୍ଗ ଫିଲ୍ମ ‘ତୁଫାନ୍’ ପାଇଁ ବକ୍ସିଂ ଟ୍ରେନିଂ ନେଉଥିବା ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଫରହାନ୍ ବକ୍ସିଂ କରୁଥିବାର ନଜର ଆସିଛନ୍ତି । ରାକେଶ ଓମ୍ ପ୍ରକାଶ ମେହେରାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପାଇଁ ଫରହାନ୍ ବେଶ୍ ପରିଶ୍ରମ କରୁଛନ୍ତି । ସେ ଏହି ଫଟୋକୁ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟା କରି କ୍ୟାପସନ୍ ଲେଖିଛନ୍ତି – ‘ତୁଫାନ୍ ଉଠିବ’ । ଏହି ଫିଲ୍ମ ପାଇଁ ଫରହାନ୍ ବକ୍ସିଂ ଟ୍ରେନିଂ ନେବା ସହ ନିଜ ଚେହେରାକୁ ପୂରା ବଦଳାଇଛନ୍ତି । ପୂର୍ବରୁ ରାକେଶ ଓମ୍ ପ୍ରକାଶ ମେହେରାଙ୍କ ସହ ‘ଭାଗ୍ ମି୍ଲ୍ଖା ଭାଗ୍’ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ, ଯାହା ବେଶ୍ ସୁପରହିଟ୍ ରହିଥିଲା । ଏହି ଫିଲ୍ମକୁ ନେଇ ମଧ୍ୟ ଫରହାନ୍ ବେଶ୍ ଆଶା ରଖିଛନ୍ତି ।