191 କୋଟିର ବିମାନ କିଣିବା ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଆକ୍ରମଣ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ରବିବାର ରିଠାଲାର ରୋହିଣୀରେ ଏକ ସଡକ ପ୍ରକଳ୍ପ ଉଦ୍ଘାଟନ ଅବସରରେ କେଜ୍ରିଓ୍ବାଲ ଏହି ମତ ଦେଇଛନ୍ତି । ଦିଲ୍ଲୀରେ ମହିଳାଙ୍କୁ ମାଗଣା ଯାତ୍ରା ବ୍ୟବସ୍ଥା ପ୍ରଚଳନ କରିଥିବା କେଜ୍ରିଓ୍ବାଲଙ୍କୁ ବିପକ୍ଷ ଦଳଙ୍କ ପକ୍ଷରୁ ସମାଲୋଚନା କରାଯାଇଛି । ଏହାକୁ ନେଇ କେଜ୍ରିଓ୍ବାଲ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ସମାଲୋଚନା କରିଛନ୍ତି । କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ 191 କୋଟିର ବିମାନ ବ୍ୟକ୍ତିଗତ ବ୍ୟବହାର ପାଇଁ କିଣିଛନ୍ତି । ମାତ୍ର ମୁଁ ବ୍ୟକ୍ତିଗତ ଭାବରେ ବିମାନ ବ୍ୟବହାର କରେ ନାହିଁ ତେଣୁ ଉକ୍ତ ଅର୍ଥରେ ମୁଁ ଦିଲ୍ଲୀର ମା ଏବଂ ଭଉଣୀ ମାନଙ୍କୁ ମାଗଣା ବସ୍ ଯାତ୍ରାର ସୁବିଧା ପ୍ରଦାନ କରୁଛି ବୋଲି କେଜ୍ରିଓ୍ବାଲ କହିଛନ୍ତି ।