ବର୍ଦ୍ଧିତ ଫି’କୁ ନେଇ ଦିଲ୍ଲୀ ଜବାହାର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଛାତ୍ରଙ୍କ ବିକ୍ଷୋଭ ଆରମ୍ଭ ହେବା ସହିତ ଏକ ବିଶାଳ ରାଲି ସଂସଦ ଅଭିମୁଖେ ବାହାରିଛି । ପାଖାପାଖି ଦୁଇରୁ ତିନି ହଜାର ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ୍ ହୋଇଛନ୍ତି । ଏଥିପାଇଁ ସେମାନେ ଜେଏନ୍ୟୁର ଗେଟ୍ ସମ୍ମୁଖରେ ଲାଗିଥିବା ୩ଟି ବ୍ୟାରିକେଡ୍କୁ ଭାଙ୍ଗି ଶେଷ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏହାରି ଭିତରେ ଛାତ୍ର ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ସଂସଦ ବାହାରେ ୧୪୪ ଧାରା ଲାଗୁ କରାଯାଇଛି।