ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀଓ୍ବାଲ ସୋମବାର ଏବେ ରାଜଧାନୀରେ ଆଉ ଅଡ୍-ଇଭିନ୍ର ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଚଳିତ ବର୍ଷ ରାଜଧାନୀ ଦିଲ୍ଳୀର ବାୟୁ ପ୍ରଦୂଷଣ ସାଧାରଣ ଜୀବନଯାତ୍ରା ଉପରେ ବିଶେଷ ପ୍ରଭାବ ପକାଇଛି । ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଆଖି ଆଗରେ ରଖି ଅଡ୍-ଇଭିନ୍ର ଆରମ୍ଭ କରାଯାଇଥିଲା । ଏବେ ଦିଲ୍ଲୀଠାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩ଶହକୁ ଖସି ଆସଛି । ଦୀପାବଳିଠାରୁ ଦିଲ୍ଳୀରେ ବାୟୁ ପ୍ରଦୂଷଣ ହେବା ସହିତ ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଖସି ଆସିଥିଲା । ତେବେ ବାୟୁ ପ୍ରଦୂଷଣରେ ସୁଧାର ଆସିବାରୁ କେଜରୀଓ୍ବାଲା ଅଡ୍-ଇଭିନ୍ ଆବଶ୍ୟକତା ନାହିଁ ବୋଲଇ କହିଛନ୍ତି । ଏହା ସହିତ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ନ କରି ଉଚିତ୍ ମାର୍ଗରେ ସମସ୍ତଙ୍କୁ ମିଶି କରି କାମ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଅରବିନ୍ଦ କେଜ୍ରୀଓ୍ବାଲ ।