ଅକ୍ଷୟ କୁମାର, କରୀନା କପୁର୍, ଦିଲଜିତ୍ ଦୋସାଞ୍ଜ ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ଟ୍ରେଲର୍ ରିଲିଜ୍ ହୋଇଛି । ଆଇଭିଏଫ୍ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଫିଲ୍ମଟି ୨୭ ଡିସେମ୍ବରରେ ରିଲିଜ୍ ହେବାକୁ ରହିଛି । ଫିଲ୍ମର ଟ୍ରେଲର୍ଟି ବେଶ୍ ଶାନଦାର ରହିଛି । ଦୁଇ କପଲ୍ଙ୍କ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବାବେଳେ କନ୍ଫ୍ୟୁଜନ୍ ଭିତରେ କମେଡ଼ିର ଡୋଜ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ୯ ବର୍ଷ ପରେ ପୁଣି ଥରେ ଏହି ଫିଲ୍ମ ଜରିଆରେ ଅକ୍ଷୟ ଓ କରୀନା ପରଦା ଉପରକୁ ଆସୁଛନ୍ତି । ଧର୍ମାପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ନବାଗତ ରାଜ ମେହେତା ।