ସିଆଚେନ୍ ଗ୍ଲାସିଅର୍ରେ ବରଫ ଝଡରେ 4 ଯବାନଙ୍କ ସମେତ 6 ଜଣଙ୍କ ପ୍ରାଣହାନି ଘଟିଛି । 19 ହଜାର ଫୁଟ ଉପରେ ଅବସ୍ଥାପିତ ବିଶ୍ବର ଏହି ଉଚ୍ଚତମ ସେନା ପୋଷ୍ଟରେ ସୋମବାର ଅପରାହ୍ନ 3.30ରେ ବରଫ ଝଡ ଆଭାଲାଞ୍ଚେ ପ୍ରଭାବରେ ଏହି ଦୁଃଖଦ ଘଟଣା ଘଟିଯାଇଛି । ସେନା ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ବରଫ ଝଡ ସମୟରେ ଉକ୍ତ ଅଞ୍ଚଳରେ 8 ଜଣ ଯବାନ ପହରା ଦେଉଥିଲେ । ସେନା ପକ୍ଷରୁ 4 ଜଣ ଯବାନଙ୍କ ସମେତ 2 ଜଣ ସାଧାରଣ ବ୍ୟକ୍ତିଙ୍କ ମରଶରୀର ଉଦ୍ଧାର କରାଯାଇଛି । ନିଖୋଜ ଯବାନଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ କମ ତାପମାତ୍ରାରେ ଦୀର୍ଘସମୟ ବରଫ ମଧ୍ୟରେ ରହିବା କାରଣରୁ ତିନି ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି ।