ସମୀକ୍ଷା ବ୍ୟୁରୋ
ଏଣିକି ଅଗ୍ନିଶମ ବିଭାଗରେ ୫ଟି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏହି ନୂତନ ବ୍ୟବସ୍ଥା ଅନୁଯାୟୀ ଏଣିକି ଅଗ୍ନିଶମ ବିଭାଗର ସମସ୍ତ ପ୍ରକ୍ରିୟା ଅନ୍ଲାଇନ୍ କରାଯିବ। ଫଳରେ ଆବଶ୍ୟକୀୟ ପ୍ରମାଣପତ୍ର ଏବଂ ଅନୁମୋଦନ ପାଇଁ ଅଗ୍ନିଶମ କାର୍ଯ୍ୟାଳୟକୁ ଦୌଡିବାକୁ ପଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି। ଆବେଦନର ୧୮ ଦିନ ମଧ୍ୟରେ ଅଗ୍ନିଶମ ସାର୍ଟିଫିକେଟ୍ ପ୍ରଦାନ କରାଯିବାକୁ ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି। ପ୍ରମାଣପତ୍ରର ଅବଧି ୨ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ଆବାସିକ କୋଠାବାଡି କ୍ଷେତ୍ରରେ ୫ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ।