ସମୀକ୍ଷା ବ୍ୟୁରୋ
ରେଳ ଷ୍ଟେଶନରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ସେଗ୍ ୱେ ବ୍ୟବସ୍ଥା ଆରମ୍ଭ ହୋଇଛି। ସେଗ୍ ୱେ ହେଉଛି ଏକ ପ୍ରକାର ଦୁଇ ଚକିଆ ସ୍କୁଟର। ଏହି ସ୍କୁଟର ଜରିଆରେ ରେଳ ସୁରକ୍ଷା ବଳ (ଆରପିଏଫ) କର୍ମଚାରୀମାନେ ଷ୍ଟେଶନରେ ପାଟ୍ରୋଲିଂ କରିବେ। ଏହି ସ୍କୁଟର ଜରିଆରେ ସୁରକ୍ଷା ଅଧିକାରୀ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ସହଜରେ ଯାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ସେଗ୍ ୱେ ସ୍କୁଟର ଯୋଗାଇ ଦିଆଯାଇଛି। ଭୁବନେଶ୍ଵର, କଟକ ଏବଂ ପୁରୀ ଷ୍ଟେଶନରେ ୨ଟି ଲେଖାଏଁ ସ୍କୁଟର ରହିବ ବୋଲି ସୂଚନା ମିଳିଛି।