ବାଲ୍ୟ ବିବାହ ଉପରେ ଲଗାମ ଲଗାଇବା ପାଇଁ ଆସାମ ସରକାର ଏକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବାଲ୍ୟ ବିବାହ ରୋକିବା ପାଇଁ ଆସାମ ସରକାର ଅରୁନ୍ଧତୀ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ବୁଧବାର ସର୍ବାନନ୍ଦ ସୋନାବାଲ୍ଙ୍କ କ୍ୟାବିନେଟ୍ ଏହି ଯୋଜନା ଉପରେ ମୋହର ଲଗାଇଛି । ମନ୍ତ୍ରୀ ହମେନ୍ତ ବିଶ୍ବ ସରମା ଏହି ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ବୋହୂମାନଙ୍କୁ ଏକ ତୋଲା ସୁନା ପ୍ରଦାନ କରାଯିବ । ଏହି ଯୋଜନା ୧ ଜାନୁଆରୀ ୨୦୨୦ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ସର୍ତ୍ତ ମୁତାବକ ବିବାହର ବିଶେଷ ଅଧିନିୟମ, ୧୯୫୪ ଅନ୍ତର୍ଗତ ପଞ୍ଜିକୃତ ହେବା ଅନିବାର୍ଯ୍ୟ କରାଯାଇଛି ।