ସମୀକ୍ଷା ବ୍ୟୁରୋ
ବାଣପୁର ବ୍ଲକ୍ର ଗମ୍ଭାରୀମୁଣ୍ଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଏକ ହେୟାରକ୍ଲିପ୍ ପାଇଁ ଆଜି ଜଣେ ନାବାଳିକା ଆତ୍ମହତ୍ୟା କରିଛନ୍ତି। ଭଉଣୀ ସହିତ ସାମାନ୍ୟ ଏକ କ୍ଲିପ୍ ପାଇ ଝଗଡ଼ା ହେବାରୁ ରାଗରେ ନାବାଳିକାଜଣକ ଆତ୍ମହତ୍ୟା କରିଥିବାର ସୂଚନା ରହିଛି। ନାବାଳିକାର ବୟସ ମାତ୍ର ୧୪ ବର୍ଷ ବୋଲି ଜଣାପଡିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ନାବାଳିକାର ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି। ଏହି ଘଟଣାର ତଦନ୍ତ କରୁଛନ୍ତି ଥାନାଧିକାରୀ ଏଏସ୍ଆଇ ମୂରଲୀଧର ବଳିୟାରସିଂହ।