ଭୁବନେଶ୍ବର, ୨୨.୧୧: ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ୩୮ତମ ଓଡ଼ିଶା ଲଳିତ କଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ଶିଳ୍ପୀମାନେ ହେଉଛନ୍ତି,
ହୃଷିକେଶ ବିଶ୍ବାଳ-ଚିତ୍ର
ଜ୍ୟୋତି ପ୍ରକାଶନ ପ୍ରଧାନ-ଚିତ୍ର
ନୀର ଜାନୀ-ଗ୍ରାଫିକ୍
ସତ୍ୟରଞ୍ଜନ ଦାସ-ଚିତ୍ର
ମାୟାଧର ସାହୁ-ଭାସ୍କର୍ଯ୍ୟ
ବିଶ୍ବଜିତା ମହାରଣା-ଭାସ୍କର୍ଯ୍ୟ
ବରୁଣ ବେହେରା-ଟେରାକୋଟା
ନିରଞ୍ଜନ ମହାପାତ୍ର-ପଟ୍ଟଚିତ୍ର
ଏହି ରାଜ୍ୟସ୍ତରୀୟ ପୁରସ୍କାର ନିମେନ୍ତ ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କଠାରୁ ୬୧୫ଟି କଳାକୃତି ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଚୟନ ପରେ ଦ୍ବିତୀୟ ପର୍ଯ୍ୟାୟରେ ସମୁଦାୟ ୧୧୦ଟି କଳାକୃତିରୁ ଚୟନ କରାଯାଇ ୮ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କଳାକୃତି ନିମେନ୍ତ ବିଚାରକ ମଣ୍ଡଳୀଙ୍କ ଦ୍ବାରା ପୁରସ୍କାର ପାଇଁ ମନୋନୟନ କରାଯାଇଥିଲା। ଆସନ୍ତା ଡିସେମ୍ବରରେ ଭୁବନେଶ୍ବରଠାରେ ଏକାଡେମୀ ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବରେ କୃତି ଶିଳ୍ପୀଙ୍କୁ ପୁରସ୍କୃତ କରାଯିବ । ୫୦,୦୦୦/-ର ପୁରସ୍କାର ରାଶି ସହିତ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯିବ।