ମୁମ୍ବାଇ, ୨୪/୧୧: ଶନିବାର ଦିନ ଏକ ନାଟକୀୟ ଢଙ୍ଗୀରେ ମହାରାଷ୍ଟ୍ରରେ ବିଜେପି ସରକାର ଗଢିଥିବାବେଳେ ଏହାକୁ ନେଇ ଶିବସନୋ, ଏନ୍ସିପି ଓ କଂଗ୍ରେସ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ।ଆଜି ଉଚ୍ଚତମ ନ୍ୟାୟାଳୟ ଶିବସେନା, ଏନ୍ସିପି, କଂଗ୍ରେସର ରିଟ୍ ପିଟିସନ ଉପରେ ଶୁଣାଣି କରିବେ। ଫଡ଼ନାଭିସ୍ଙ୍କୁ ରାଜ୍ୟପାଳଙ୍କ ଆମନ୍ତ୍ରଣକୁ ରଦ୍ଦ କରିବାକୁ ଦାବି ମଧ୍ୟ କରାଯାଇଛି ଏହି ଯାଚିକାରେ। ଏଥି ସହିତ ବିଧାୟକମାନେ ଶକ୍ତି ପରୀକ୍ଷା କରିବାକୁ ଅନୁରୋଧ କରିଛନ୍ତି। ଏହି ଆବେଦନରେ ଉଚ୍ଚତମ ନ୍ୟାୟାଳୟରେ ଜଷ୍ଟିସ ଏନଭି ରମର, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ସଂଜବୀ ଚୋପ୍ରାଙ୍କ ଖଣ୍ଡପୀଠ ରବିବାର ଶୁଣାଣି କରିବେ। ଉଚ୍ଚତମ ନ୍ୟାୟାଳୟଏହି ମାମଲାରେ ଆଜି ପୂର୍ବାହ୍ନ ୧୧ଟା ୩୦ରେ ଶୁଣାଣି ଆରମ୍ଭ କରିବେ। (ଏଜେନ୍ସି)