ଭୁବନେଶ୍ବର, ୨୪/୧୧: ଆଜି ସକାଳେ ନୟାପଲ୍ଲୀ ସ୍ଥିତ ଇସ୍କନ ମନ୍ଦିର ପରିସରରେ ଥିବା ଶୌଚାଳୟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଗଞ୍ଜାମର ବାବୁ ସାହୁ ହୋଇଥିବାବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ଜଣାପଡିଛି । ଇସ୍କନ ମନ୍ଦିରରେ ଜଣେ ସୁଇପର ଭାବରେ ସେ କାମ କରୁଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରିଛି ସେ ନେଇ ପୋଲିସ ଛାନଭିନ୍ କରୁଛି। (ଏଜେନ୍ସି)