ସମୀକ୍ଷା ବ୍ୟୁରୋ : ମହିଳା ଭାରୋତ୍ତଳକ ଝିଲ୍ଲୀ ଦଳବେହେରାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିକ କରାଯିବ । ଇଣ୍ଡିଆନ ମେଟାଲ ପବ୍ଲିକ୍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦତ୍ତ ସମ୍ମାନଜନକ 27ତମ ଏକଲବ୍ୟ ପୁରସ୍କାର ଲାଗି ଝିଲ୍ଲୀଙ୍କୁ ମନୋନୀତ କରାଯାଇଛି। ରବିବାର ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ମନୋନୟନ କମିଟି ବୈଠକରେ ସର୍ବସମ୍ମତିକ୍ରମେ ଭାରୋତ୍ତଳକ ଝିଲ୍ଲୀ ଦଳବେହେରାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ପୁରସ୍କାର ସ୍ୱରୂପ ଝିଲ୍ଲୀଙ୍କୁ 5 ଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ମାନପତ୍ର ପ୍ରଦାନ କରାଯିବ। ଝିଲ୍ଲୀଙ୍କ ବ୍ୟତିତ ଫୁଟବଲର ଯବାମଣି ଟୁଡୁ ଏବଂ ହକି ଖେଳାଳି ନମିତା ଟପ୍ପୋଙ୍କୁ ସାଇଟେସନ୍ ସମ୍ମାନରେ ସମ୍ମାନିତ କରାଯିବ । ଉଭୟଙ୍କୁ ମାନପତ୍ର ସହିତ 50 ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ ।