ଭୁବନେଶ୍ବର, ୨୪/୧୧: ଉତ୍କଳ ବିଶ୍ଵବିଦ୍ୟାଳୟ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଡିସେମ୍ଵର ୮ରେ ରାଷ୍ଟ୍ରପତି ବାଣୀବିହାର ଆସିବେ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧିଷ୍ଟ ହୋଇଛି। ଉତ୍କଳ ବିଶ୍ଵବିଦ୍ୟାଳୟକୁ ୭୫ ବର୍ଷ ପୁରିଛି। ଏହି ଅବସରରେ ପ୍ଲାଟିନମ୍ ଜୁବୁଲିର ସ୍ଵତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟର ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଯୋଗଦାନ କରିବେ । ଉତ୍କଳ ବିଶ୍ବବିଦ୍ୟାଳୟର ୭୫ ତମ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ୫ ଦିନିଆ କାର୍ଯ୍ୟକ୍ରମକୁ ଗତକାଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ଉଦ୍ଘାଟିତ କରି ୧୦୦ କୋଟିର ଅନୁଦାନ ରାଶି ପ୍ରଦାନ କରିଥିଲେ । ଆଜି ବାଣୀବିହାରରେ ପୁରାତନ ଛାତ୍ରଙ୍କ ମିଳନ ଅନୁଷ୍ଠିତ ହୋଇଛି । (ଏଜେନ୍ସି)