ହଲିଉଡ୍ର ହଟ୍ ଅଭିନେତା ତଥା ଗାୟକ ଜଷ୍ଟିନ୍ ଟିମ୍ବରଲେକ୍ ଏବଂ ଅଭିନେତ୍ରୀ ଆଲିସା ଓ୍ବେନ୍ରାଇଟ୍ ପରସ୍ପରକୁ ଡେଟ୍ କରୁଥିବା ନେଇ ସୂଚନା ମିଳିଛି । 2012ରେ ଟିମ୍ବରଲେକ୍ ଜେସିକା ବେଲଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଫାଟ ପାଇଁ ଆଲିସାଙ୍କୁ ଦାୟୀ କରାଯାଉଥିବା ବେଳେ ଗତ ସପ୍ତାହରେ ଆଲିସା ଏବଂ ଜଷ୍ଟିନ୍ଙ୍କୁ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ନ୍ୟୁ ଅର୍ଲିନ୍ସରେ ହାତ ଧରାଧରି ହୋଇ ବୁଲୁଥିବା ବେଳେ ଏକ କଫି ସପ୍ରେ ଏକତ୍ର କଫି ପିଉଥିବାର ଫଟୋ ଦେଖିବାକୁ ମିଳିଥିଲା । ଏହି ଖବରକୁ ନେଇ ଆଲିସାଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଦୁଇ ଥର ଗ୍ରାମୀ ପୁରସ୍କାର ବିଜୟୀ ଜଷ୍ଟିନ୍ ଉଭୟ ଭଲ ବନ୍ଧୁ ବୋଲି କହିଥିଲେ ।