ନୂଆଦିଲ୍ଲୀ, ୨୫/୧୧: ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାକୁ ଚାଲିଥିବା ଯୋଜନାର ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀ ପୁଲିସ୍ ଏହି ବଡ଼ଧରଣର ଆତଙ୍କୀ ହମଲାକୁ ଟାଳିବା ସହ ବିପୁଳ ପରିମାଣର ଆଇଇଡି ବିସ୍ଫୋରକ ଜବତ କରିଛି। ଏହି ଘଟଣାରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ସହ ସମ୍ପର୍କ ରଖିଥିବା ୩ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍ ଏମାନଙ୍କୁ ଆସାମର ଗୌହାଟୀରୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ମୁକଦାସ ଇସଲାମ, ରଣଜୀତ ଅଲୀ ଓ ଲ୍ୟୁସ ଜାମିଲ ଜାମଲା। (ଏଜେନ୍ସି)